ମୁମ୍ଵାଇ ୧୯।୦୧; ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିଲା । ଯାହା ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ବାନ୍ଧିଛି। ପୋଲିସ ଏପର୍ଯ୍ୟନ୍ତ ସମସ୍ତଙ୍କୁ ପଚରାଉଚରା କରିଛି। ଅସ୍ତ୍ରୋପଚାର ପରେ ସୈଫ୍ ବିପଦ ମୁକ୍ତ ଅଛନ୍ତି । ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏବେ ତାଙ୍କୁ ସ୍ଵତନ୍ତ୍ର ରୁମରେ ଭର୍ତ୍ତି କରାଯାଇଛି । ତାଙ୍କୁ ପାଞ୍ଚଜଣ ଡାକ୍ତରଙ୍କ ଟିମ୍ ଚିକିତ୍ସା କରୁଛନ୍ତି।
୧୬ ଜାନୁଆରୀ ରାତିରେ ଅପରେସନ୍ ହେବାର କିଛି ଘଣ୍ଟା ପରେ ସୈଫଙ୍କ ଚେତା ଫେରି ଥିଲା। ସେତେବେଳେ ସେ ତାଙ୍କ ପରିବାର ଅର୍ଥାତ୍ ତାଙ୍କ କର୍ମଚାରୀ, ପତ୍ନୀ କରୀନା କପୁର ଏବଂ ଦୁଇ ସନ୍ତାନ ତୈମୁର ଏବଂ ଜେହଙ୍କ ବିଷୟରେ ପଚାରିଥିଲେ। ପରେ ସେ ତାଙ୍କର ସ୍ଵାସ୍ଥ୍ୟକୁ ନେଇ କିଛି ପଚାରିଥିଲେ । ଏହା ବ୍ୟତୀତ ସୈଫ ଡକ୍ଟରଙ୍କୁ ପଚାରିଥିଲେ ଯେ ସେ ଭଲରେ ଅଛନ୍ତି କି? ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ ସେ ଜିମ୍ ଯାଇପାରିବେ ତ ଶୁଟିଂ ପାରିବେ କି ବୋଲି ସୈଫ ପ୍ରଶ୍ନ କରିଥିଲେ। ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ କଣ ମୋର କସମେଟିକ୍ ସର୍ଜରୀ ହୋଇଛି କି ? କେତେ ରକ୍ତ ମୋର ନଷ୍ଟ ହୋଇଥିବ ? ଅଭିଯୁକ୍ତ ଧରାପଡିଥିଲା କି?
ବାନ୍ଦ୍ରା ଷ୍ଟେସନରେ ୫ ଘଣ୍ଟା ରହିବା ପରେ କ'ଣ କରିଥିଲା ଅଭିଯୁକ୍ତ, ସାମ୍ନାକୁ ଆସିଲା ଭିଡିଓ...
ସୈଫଙ୍କୁ ଡାକ୍ତର ଆଶ୍ୱାସନା ଦେଇଛନ୍ତି ଯେ ସେ ଆରାମ କରିବା ଉଚିତ୍। ତୁମର ସର୍ଜରୀ ସଫଳ ହୋଇଛି । ଆପଣ କିଛି ସପ୍ତାହ ପରେ ବ୍ୟାୟାମ ମଧ୍ୟ କରିପାରିବେ । ଆପଣ ଏକ ମାସ ପରେ ଜଗିଂ, ସାଇକେଲ ଚଲାଇବା ସହ ସବୁ କରିବାରେ ସକ୍ଷମ ହେବେ । ଶୁଟିଂରେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । କେବଳ ଷ୍ଟଣ୍ଟ ସଟ କରିବା ଠାରୁ ଦୂରେଇ ରହିବେ । କିନ୍ତୁ ଡାକ୍ତରମାନେ ସୈଫଙ୍କୁ କମ୍ କଥା ହେବାକୁ କହିବା ସହ ଦୁଇ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।